ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା। ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ ଡେ ମିଲ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମିଡ ମେ ମିଲ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା। ମିଡ ଡେ ମିଲରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା। ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରାୟ ୪୬ଳକ୍ଷ ଛାତ୍ରୀଛାତ୍ର ଏହି ମିଡ୍ ଡେ ମିଲ୍ ଖାଉଛନ୍ତି।