୨୦୮୦୨ ଡାଉନ୍ ମଗଧ ଏକ୍ସପ୍ରେସ ନୂଆଦିଲ୍ଲୀରୁ ପାଟନା ଯାଉଥିଲା। ଡୁମରାୱ ରେଳ ଷ୍ଟେସନ ଛାଡିବା ପରେ ଟୁନିଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ହଠାତ୍ ଟ୍ରେନର କପଲିଙ୍ଗ୍ ଭାଙ୍ଗି ଯାଇଥିଲା । ଫଳରେ ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା।ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗତ ବର୍ଷ ଉତ୍ତର ପୂର୍ବ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରଘୁନାଥପୁର ରେଳ ଷ୍ଟେସନ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା। ରବିବାର ଦିନ, ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହେବା ପରେ ମଗଧ ଏକ୍ସପ୍ରେସର ଯାତ୍ରୀମାନଙ୍କର ରଘୁନାଥପୁର ଟ୍ରେନ୍ ଦୁର୍ଘଟଣା କଥା ମନେ ପଡ଼ିଥିଲା।