ଆର୍ ଆଇ, ଅମିନ ଓ ଏଆର୍ ଆଇ ନିଯୁକ୍ତି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା । ସାରା ରାଜ୍ୟରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ। କଟକରେ ଶହ ଶହ ଆଶାୟୀ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଭୁବନେଶ୍ବରରେ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଅନଲାଇନ ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।ପରୀକ୍ଷା କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ସାରା ରାଜ୍ୟର ପରୀକ୍ଷାର୍ଥୀ । କେଉଁଠି ମାଉସ୍ ଚାଲୁନି ତ କେଉଁଠି ଶୌଚାଳୟ ନାହିଁ। ବହୁ ପରୀକ୍ଷା କେନ୍ଦ୍ରରେ ବସିବା ପାଇଁ ସ୍ଥାନ ନାହିଁ। ହୋଟେଲ୍ ଉପରେ ବା ଭଡ଼ା ଘରେ ପରୀକ୍ଷା ହେଉଛି। ସାଇବର କାଫେ ଓ ଛୋଟ ଘରେ କିଛି କଂପ୍ୟୁଟର ରଖି ଦେଇ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି।