ଗୁଳିକାଣ୍ଡର ୩ ଦିନ ପରେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବଲିଉଡର ହିରୋ ନମ୍ବର ୧ । ଗୋଡ଼ର ସର୍ଜରୀ ପରେ ଆଜି ପରିବାର ଲୋକଙ୍କ ସହ ସେ ଘରକୁ ଫେରିଛନ୍ତି । ହସ୍ପିଟାଲ ପରିସରରେ ତାଙ୍କୁ ଦେଖିବାକୁ ମିଳିଛି । ଏହି ସମୟୋର ତାଙ୍କ ଗୋଡ଼ରେ ପ୍ଲାଷ୍ଟର ରହିଥିବା ବେଳେ ସେ ହ୍ୱିଲ ଚେୟାରରେ ବସିଥିବାର ଦେଖାଯାଇଛି । ହ୍ୱିଲ ଚେୟାରରେ ସେ ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ତେବେ ମେଡିକାଲରୁ ଡିସଚାର୍ଜ ହେବା ବେଳେ ଗୋବିନ୍ଦାଙ୍କୁ ଦେଖି ବେଶ୍ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ସ ।ମେଡିକାଲରୁ ଡିସଚାର୍ଜ ବେଳେ ଗୋବିନ୍ଦା ନିଜ ଫ୍ୟାନ୍ସ ଓ ପ୍ରଶଂସକ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି । ଗୋବିନ୍ଦାଙ୍କ ସହ ତାଙ୍କ ପତ୍ନୀ ସୁନୀତା ଏବଂ ଝିଅ ଟିନା ମଧ୍ୟ ଉପସ୍ଥିତ ଥିଲେ । ହ୍ୱିଲ ଚେୟାରରୁ ଗୋବିନ୍ଦା ଫ୍ୟାନ୍ସ ଏବଂ ମିଡିଆକୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି । ଗୋବିନ୍ଦାଙ୍କ ଗୋଡ଼ରେ ଏକ ସପୋର୍ଟ ଲାଗିଥିବା ଦେଖାଦେଇଛି । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଇଛି ।