ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏନେଇ ଗତକାଲି ସ୍ପଷ୍ଟୀକରଣ ରଖିଛି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ। ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତ୍ୱ ଦେବା ସହ ବିଚାରକୁ ନେଇଛନ୍ତି ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ ସିଆର୍ଇ-୩ ଅନ୍ତର୍ଗତ ବିଭିନ୍ନ ପରୀକ୍ଷା ଯଥା ଏଲ୍ଆଇ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ସିଆର୍ଇ-୪ ଅନ୍ତର୍ଗତ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ୍, ସୁପରଭାଇଜର ଏବଂ ଏସ୍ଏଫଏସଏସ ସମ୍ୱନ୍ଧୀୟ ପରୀକ୍ଷାର ପବିତ୍ରତା ସହ ସାଲିସ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ ଠାରୁ ଅଭିଯୋଗ ପ୍ରାପ୍ତି ହୋଇଛି। ଏହା ଏହି ପଦବୀ ପାଇଁ ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି।