ଭୁବନେଶ୍ୱର: ବୁଲିବ ବୁଲଡୋଜର, ଖୁବଶୀଘ୍ର ମାଟିରେ ମିଶିବ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ । ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ ।
୧୪୦ ଡିସିମିଲ ସରକାରୀ ଜାଗା ମାଡ଼ି ବସି ଛିଡ଼ା ହୋଇଛି ଏହି ବିବାଦୀୟ ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ । ପାଖାପାଖି ୮କୋଟି ଟଙ୍କା ମୂଲ୍ୟର ଜମିରେ ଗଢ଼ାଯାଇଛି ବେଆଇନ୍ ମଣ୍ଡପ, କୋଠା ଆଉ ରୋଷଶାଳା । ସରକାରୀ ଜାଗାକୁ କବ୍ଜା କରି ଧର୍ମ ନାଁରେ ଭାଣ୍ଡାମୀ ଚାଲିଥିବା ଜଣାପଡିଛି । ସାଧାରଣ ପ୍ରଶାସନ ବିଭାଗ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଯାଞ୍ଚ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ତେବେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜବରଦଖଲ ଉଛେଦ ଆଜିଠାରୁ ଆରମ୍ଭ ହେବ ବୋଲି କହିଛନ୍ତି । ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା ।