ଝାରସୁଗୁଡା: ଯୁବକଙ୍କୁ ଭୁଜାଲିରେ ହାଣି ନିର୍ମମଭାବେ ହତ୍ୟା କଲେ ଦୁର୍ବୃତ୍ତ । ଝାରସୁଗୁଡ଼ା ଜିଲ୍ଲା କୁଲାବିରା ଥାନା କେଲଡ଼ାମାଲରେ ଘଟିଛି ଏହି ହତ୍ୟାକାଣ୍ଡ । କେଲଡ଼ାମାଲ ପଞ୍ଚାୟତର ନୂଆପାଲିରେ ରହୁଥିବା ସନ୍ତୋଷ ନାଏକଙ୍କୁ ଭୁଜାଲିରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ସୂଚନା ଅନୁସାରେ ସନ୍ତୋଷ ନାଏକ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଡି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । କାଲି ରାତିରେ ସନ୍ତୋଷ କାମରେ ଘରକୁ ବାହାରିଥିଲେ । କେହି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କୁଲାବିରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । କିଏ ଏବଂ କାହିଁକି ସନ୍ତୋଷକୁ ହତ୍ୟା କରାଯାଇଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ ।