ଭୁବନେଶ୍ୱର: ୩ ଦିନ ଭିତରେ ସରିବ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ । ଏ ନେଇ ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ‘ତିନିରୁ ଚାରି ଦିନ ଭିତରେ ସାରି ପଞ୍ଚମ ଦିନ କ୍ଷତିପୂରଣ ରାଶି ଦେବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି କି କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁ ଚାଷୀଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ରିପୋର୍ଟ ଆସିବା ପରେ ସହାୟତା ରାଶି ପ୍ରଦାନ କରାଯିବ । ଯେଉଁମାନଙ୍କର ଚାଷୀଙ୍କର ଅଳ୍ପ ନଷ୍ଟ ହୋଇଛି ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି କୋହଳ ମନୋଭାବ ରଖି ତାହା କିଭଳି ବିକ୍ରି ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର କହିଛନ୍ତି।
ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ ଚାଷ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗର ଅଧିକାରୀ ମାନେ କାମରେ ଲାଗିଛନ୍ତି। ୩ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଆସିବ।