କେନ୍ଦ୍ରାପଡା : ମିଳିଲା ନିଖୋଜ ଯୁବକର ମୃତଦେହ। ଗତ ଗୁରୁବାର ଦିନ ଜଣେ ଯୁବକ ରାଜନଗର ହଂସୁଆ ସେତୁ ଉପରୁ ନଦୀକୁ ଡେଇଁପଡିଥିଲେ। କିନ୍ତୁ ନଦୀରେ ଡେଇଁବା ପୂର୍ବରୁ ପୋଲ ଉପରେ ନିଜ ଚପଲ ରଖିଯାଇଥିଲେ। ଆଜି ସକାଳୁ ହଂସୁଆ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଚି। ମୃତକ ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗାଁ ର କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ପୁଅ ନୀଳମଣି ତ୍ରିପାଠୀ ବୋଲି ଜଣାପଡିଛି। ସେ କାହିଁକି ନଦୀକୁ ଡେଇଁଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ରାଜନଗର ପୁଲିସ୍ ମୃତଦେହ ଜବତ କରି ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।