ଯାଜପୁର: ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ପୋଲିସ ବାବୁ। ମାମଲା ସମାଧାନ ପାଇଁ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ଏସ ଆଇ ଅଭୟ ନାୟକ।
ଏକ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ୪ ହଜାର ଟଙ୍କା ଏସଆଇ ଅଭୟ ନାୟକ ଦାବି କରିଥିଲେ। ଅଭୟ ଶନିବାର କଳିଙ୍ଗନଗର ସ୍ଥିତ ଏକ ଘରୋଇ କାରଖାନା ସମ୍ମୁଖରେ ଡ୍ୟୁଟି କରୁଥିବା ସମୟରେ ପୂର୍ବରୁ ମାଗିଥିବା ଏହି ଲାଞ୍ଚ ଟଙ୍କା ନେଉଥିଲେ। ତେବେ ଟଙ୍କା ନେଇଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଧରିବା ପରେ ଅଭୟଙ୍କୁ ଯାଜପୁର ଟାଉନ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।