ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ BMCର କଡା ଚେତାବନୀ । ସମସ୍ତ ଯାତ୍ରା ମାଲିକଙ୍କୁ ବିଏମ୍ସି କମିଶନରଙ୍କ ଚେତାବନୀ । ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଥିବା କହିଛନ୍ତି BMC କମିଶନର ରାଜେଶ ପ୍ରଭାକାର ପାଟିଲ ।
କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ବେଶ କିଛି ସମୟ ପାଇଁ ବନ୍ଦ ହୋଇଥିଲା ଯାତ୍ରା ଆୟୋଜକ କମିଟି ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ଆୟୋଜିତ ହୋଇଥିଲା ।