ଚଣ୍ଡିଗଡ଼: ପଞ୍ଜାବ ପୁଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଅମୃତପାଲ ମୋଗାର ରୋଡ ଗାଁର ଗୁରୁଦ୍ୱାରରେ ଥିବା ବିଷୟରେ ସୂଚନା ପାଇବା ପରେ ଆମେ ସମଗ୍ର ଗାଁକୁ ଘେରି ରହି ଅମୃତପାଲ ସିଂଙ୍କୁ ଗିରଫ କରିବାରେ ସଫଳ ହୋଇଛୁ।
ଅମୃତପାଲ ସିଂଙ୍କୁ ଗିରଫ କରାଯବା ପ୍ରସଙ୍ଗରେ ପଞ୍ଜାବ ପୁଲିସ ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଅମୃତପାଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ପରୱାନା ଜାରି କରାଯାଇଥିଲା, ଯାହା ପରବର୍ତ୍ତି ସମୟରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଥିଲା। ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ସୁଖଚେନ ସିଂ ଗିଲ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଆମକୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଅମୃତପାଲ ସିଂ ରୋଡ ଗାଁର ଗୁରୁଦ୍ୱାରରେ ଥିବା ଜାଣିବାକୁ ପାଇଥିଲୁ। ଗୁରୁଦ୍ୱାର ସାହେବଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ଗିରଫ କରିଛୁ। ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି।
#AmritpalSingh arrested in Moga, Punjab.
Further details will be shared by #PunjabPolice
Urge citizens to maintain peace and harmony, Don't share any fake news, always verify and share.
— Punjab Police India (@PunjabPoliceInd) April 23, 2023