ଗ୍ରୀଷ୍ମ କାଳରେ ଆମ୍ବ ଖାଇବାର ମଜା ହିଁ କିଛି ଅଲଗା। ଆମ୍ବ ଜୁସ୍ରୁ ନେଇ ପାଚିଲା ଆମ୍ବ ପର୍ଯ୍ୟନ୍ତ ସବୁର ସ୍ବାଦ ନିଆରା। ଏଥିରେ ଏ, ବି, ସି, ଇ, କେ ପରି ଭିଟାମିନ୍ ରହିଛି। କେବଳ ସେତିକି ନୁହେଁ, ଏଥିିରେ କପର୍, ପଟ୍ଟାସିୟମ୍ ଏବଂ ମ୍ୟାଗ୍ନେସିୟମ ଆଦି ମିନେରାଲ୍ସ ବି ରହିଛି। ମାତ୍ର ସବୁ ଜିନିଷ ପରି ଆମ୍ବ ଖାଇବାରେ ବି କିଛି ସୀମା ରହିବା ଦରକାର। ମାତ୍ରାଧିକ ଆମ୍ବ ଖାଇଲେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିପାରେ। ତେବେ ଚାଲନ୍ତୁ ଜାଣିବା ମାତ୍ରାଧିକ ଆମ୍ଭ ଖାଇଲେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। କିଛି ଲୋକଙ୍କର ଆମ୍ବକୁ ନେଇ ଆଲର୍ଜି ରହିଥାଏ। ଯାହାର ଆମ୍ବ ଆଲର୍ଜି ରହିଥାଏ ସେମାନେ ଆମ୍ବ ଖାଇବା ଦ୍ବାରା ତ୍ବଚା କୁଣ୍ଡାଇ ହେବାରୁ ନେଇ ତଣ୍ଟି କୁଣ୍ଡାଇ ଦେବା ଆଦି ଘଟିଥାଏ। ସେମାନେ ସୀମାରେ ଆମ୍ବ ଖାଇବା ଭଲ। ମଧୁମେହ ରୋଗୀଙ୍କ ପାଇଁ ଆମ୍ବ କ୍ଷତିକାରଣ ସାବ୍ୟସ୍ତ ହୋଇପାରେ। ଆମ୍ବ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଥାଏ। ମଧୁମେହ ରୋଗୀମାନେ ସୀମାରେ ଆମ୍ବ ଖାଇବା ଉଚିତ।ଅତ୍ୟଧିକ ଆମ୍ବ ଖାଇଲେ ଡାଇରିଆ ବି ହୋଇପାରେ। ଦିନକୁ ଗୋଟାଏ କିମ୍ବା ୨ଟା ପର୍ଯ୍ୟନ୍ତ ଆମ୍ବ ଖାଇଲେ ଠିକ୍ ଅଛି। ତା’ଠାରୁ ଅଧିକ ଆମ୍ବ ଖାଇଲେ ଡାଇରିଆ ହେବାର ସମ୍ଭାବନା ରହିଛି। ଅତ୍ୟଧିକ ଆମ୍ବ ଖାଇବା ଓଜନ ବୃଦ୍ଧିର ବି କାରଣ ହୋଇଥାଏ। ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଦିନକୁ ଅତି ବେଶିରେ ଗୋଟାଏ ଆମ୍ବ ଖାଆନ୍ତୁ।
ବଜାରକୁ ଆସିଲାଣି ବିଭିନ୍ନ ରକମର ଆମ୍ବ
ଅଧିକ ଖାଇବା ଦ୍ବାରା ହୋଇପାରନ୍ତି ଏହି ସବୁ ସମସ୍ୟାର ସମ୍ମୁଖୀନ
Leave a comment