ଆପଣମାନେ ଘରୁ ବାହାରକୁ ଯିବା ସମୟରେ ସବୁ ସମୟରେ ନିଜର ଛାଇକୁ ଦେଖିଥିବେ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ ସହରରେ ପାଖାପାଖି ୧ ମିନିଟ୍ ଓ ୩୦ ସେକେଣ୍ଡ ପର୍ଯ୍ୟନ୍ତ କାହାର ଛାଇ ଦେଖାଯାଇ ନଥିଲା । ଦିନ ୧୨.୧୭ ସମୟରେ ଲୋକମାନେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇଥିଲେ । ତେବେ ଆଜି ଏଭଳି ଏକ ବିରଳ ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି ରାଜଧାନୀ ବାସିନ୍ଦା । ମେ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱର ଓ ମେ ୨୨ ତାରିଖରେ କଟକର ଜନସାଧାରଣ ‘ଶୂନ୍ୟ ଛାୟା ଦିବସ’କୁ ଅନୁଭବ କରିପାରିବେ । ଏହି ଦିବସରେ କାହାର ଛାଇ ଦେଖାଯିବନି । ମଧ୍ୟାହ୍ନ ୧୧.୪୩ ସମୟରେ ସମସ୍ତେ ଏହି ଶୂନ୍ୟ ଛାୟାକୁ ଦେଖିପାରିବେ । ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ । ତେବେ ଆସନ୍ତା ଜୁନ ମାସ ୨୨ ତାରିଖରେ ରାଜ୍ୟର ବାରିପଦାରେ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ।