‘ଦ କପିଲ ଶର୍ମା ସୋ’ର ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ‘ଦ କପିଲ ଶର୍ମା ସୋ’ର ଦର୍ଶକଙ୍କ ପାଇଁ ନିରାଶ ହେଲା ଭଳି ଖବର ରହିଛି। କାରଣ ଖବର ଆସିଛି ହାସ୍ୟାଭିନେତା କପିଲ ତାଙ୍କ ସୋ‘ ‘ଦ କିପଲ ଶର୍ମା’କୁ ତାଲା ପକାଇ ଦେଇଛନ୍ତି। ଆଉ ସମ୍ପୂର୍ଣ୍ଣ ଦଳକୁ ଧରି ସେ ବିଦେଶଗସ୍ତରେ ବାହାରି ପଡ଼ିଛନ୍ତି। ବିମାନବନ୍ଦରରେ କପିଲ ତଥା ତାଙ୍କ ଟିମଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ ଆମେରିକାଗସ୍ତରେ ଯାଉଥିବାରୁ ବେଶ ଖୁସି ଥିବା ନଜର ଆସିଥିଲା। ଏହି ଗସ୍ତରେ କିନ୍ତୁ ଅର୍ଚ୍ଚନା ପୁରନ ସିଂହ ସାମିଲ ନଥିଲେ। ତେବେ କପିଲଙ୍କ ଟିମ ସମେତ ଏହି ଗସ୍ତକୁ ନେଇ ଅଧିକ ଉତ୍ସାହିତ ଆମେରିକା ବାସିନ୍ଦା ଅଛନ୍ତି ବୋଲି କୁହାଯାଉଛି। ଏହି ଗସ୍ତକୁ ନେଇ କପିଲ କହିଛନ୍ତି, ସେ ତାଙ୍କ ଦଳ ସହିତ ଆମେରିକାରେ ପହଞ୍ଚି ବିଭିନ୍ନ ସ୍ଥାନରେ ସୋ’ କରିବେ। ଏହି ଗସ୍ତ ପାଇଁ ‘କପିଲ ଶର୍ମା ସୋର ସୁଟିଂ କିଛିଦିନ ପାଇଁ ବନ୍ଦ ରହିବ। ତେବେ କିଛି ବ୍ୟାକଅପ ରହିଛି। ଏହା ଚାଲୁ ରହିବ। ତେଣୁ ଟେଲି ଦର୍ଶକଙ୍କୁ ନିରାଶ ହେବାର କିଛି କାରଣ ନାହିଁ।’