ମେମୁ ଟ୍ରେନକୁ ଅଟକ ରଖିଲେ ଗ୍ରାମବାସୀ । ଗଳା ପୋଲରେ ବର୍ଷାପାଣି ଜମୁଥିବାରୁ ମେମୁ ଟ୍ରେନକୁ ଅଟକ ରଖାଯାଇଛି । ଟାଟା-ବାଦାମପାହାଡ ମେମୁ ପାସେଞ୍ଜର ଟ୍ରେନକୁ ଗୋରୁମହିଷାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଗ୍ରାମବାସୀ ଅଟକ ରଖି ରେଳଧାରଣା ଉପରେ ବସିଛନ୍ତି ।
ସାମାନ୍ୟ ବର୍ଷା ହେଲେ ସେଠାରେ ରେଳବିଭାଗର ଗୋଳାପୋଲରେ ପାଣି ଜମି ରହୁଛି । ଫଳରେ ଗ୍ରାମବାସୀ ଯାତାୟତରେ ଅସୁବିଧା ହେବା ସହିତ ବିକଳ୍ପ ରାସ୍ତା ଅଭାବରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ ବିଚ୍ଛିନ୍ନ ରହୁଥିବାରୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରେଳ କର୍ତ୍ତୃପକ୍ଷ ଦୃଷ୍ଟି ନଦେବାରୁ ଗ୍ରାମବାସୀ ଏପରି ପ୍ରତିବାଦ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ନ ଆସିବା ପର୍ଯ୍ୟନ୍ତ ଟ୍ରେନକୁ ଯିବାକୁ ଦେବେନାହିଁ ବୋଲି ଅଡି ବସିଛନ୍ତି । ଫଳରେ ସେଠାରେ ଟ୍ରେନଟି ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଅଟକି ରହିଛି ।