ପ୍ରଶାସନ ନିଯୋଗ ମଧ୍ୟରେ ବିବାଦ ମଝିରେ ଫସିଲେ ମହାପ୍ରଭୁ ଜଗନ୍ନାଥ। ବଢୁଛି ବନକଲାଗି ବିବାଦ । ଆଜି ବି ହେବନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉନି । ଦତ୍ତ ମହାପାତ୍ର ଆଜି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ସମ୍ପୃକ୍ତ ସେବକ ପ୍ରକାଶ କରିଛନ୍ତି । ଗତକାଲି ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଜି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ପ୍ରସ୍ତାବ ଦେଇଥିଲେ । ଆଜି ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର କମାଣ୍ଡର ସେମାନଙ୍କୁ ମନା କରିଥିବାରୁ ବେଳେ ଦ୍ଵନ୍ଦ୍ୱ ବଢୁଛି । ଆଜି ବି ଶ୍ରୀମନ୍ଦିରରେ ସଂପନ୍ନ ହେଲାନି ବନକଲାଗି ନୀତି। ଉଭୟ ପକ୍ଷର ଅହଙ୍କାର ଓ ଆତ୍ମବଡିମା ପାଇଁଆଜିମଧ୍ୟ ହୋଇପାରିଲା ନାହିଁ ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି। ଜିଦ ପାଇଁ ସମୟେ ସମୟେ ଅଖିଆ ଅପିଆ ଅନିଦ୍ରା ରହୁଛନ୍ତି ବିଶ୍ବବ୍ରହ୍ମାଣ୍ଡ। ସପ୍ତାହ ସପ୍ତାହ ଧରି ହୋଇପାରୁନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର। ଯାହାକୁ ନେଇ ସାରା ଓଡିଶାରେ ଭକ୍ତ ମହଲରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଖବର ଲେଖା ହେବା ସୁଦ୍ଧା ବନକଲାଗି ନୀତି ହୋଇପାରିନାହିଁ।