ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ତାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଦେଶର ମାନ୍ୟଗଣ୍ୟ ବ୍ୟକ୍ତି । ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍ ଉପକୃତ ହୋଇଛି ବୋଲି ଆଜି ‘ବିଜେପି’ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତର ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନିଯିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ଅତୁଳନୀୟ ଅଟଳଜୀଙ୍କ ପୂଣ୍ୟତିଥିରେ ଭାରତର ୧୪୦ କୋଟି ଜନତାଙ୍କ ସହିତ ମିଶି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ବାଜପେୟୀଙ୍କୁ ୨୦୧୪ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ସରକାରରେ ଥାଆନ୍ତୁ ବା ବିରୋଧୀ ଆସନରେ ଥାଆନ୍ତୁ କି ଜଣେ ସାଧାରଣ ନାଗରିକ ହୋଇଥାଆନ୍ତୁ ଅଟଳ ସର୍ବଦା ଦେଶର ହିତ ପାଇଁ ଚିନ୍ତା କରୁଥିଲେ, ଯେଉଁଥିପାଇଁ କି ଦେଶବାସୀ ତାଙ୍କୁ ଜଣେ ରାଷ୍ଟ୍ରନେତା ଗ୍ରହଣ କରିଛନ୍ତି । ଅଟଳଙ୍କ ଜୀବନରେ ଏପରି ଅନେକ ଅକୁହା କଥା ରହିଛି, ଯାହାକୁ ଅନେକ ଜାଣିନଥିବେ ।
୧- ଅଟଳ ତାଙ୍କ ଜୀବନରେ ବିବାହ କରି ନଥିଲେ । ମାତ୍ର ତାଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା ସେ କହିଥିଲେ, ‘ମୁଁ ଏତେ ବ୍ୟସ୍ତରେ ରହିଲି ଯେ ଭୁଲି ଗଲି ।’
୨- ଭାରତ ଛାଡ଼ ଆନ୍ଦୋଳନରେ ଭାଗନେବା କାରଣରୁ ଅଟଳ ୨୩ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ ।
୩- ୨୯୨୪ ଡିସେମ୍ବର ୨୫ (ଖ୍ରୀଷ୍ଟମାସ ଡେ)ରେ ଅଟଳ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନନଭେଜ୍ ଖାଇବାକୁ ବହୁତ ପସନ୍ଦ କରୁଥିଲେ । ପ୍ରନ ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ଥିଲା ।
୪- ସେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଓ ଗୁଜରାଟ ପରି ୪ଟି ରାଜ୍ୟର ଛଅଟି ଲୋକସଭା କ୍ଷେତ୍ରରୁ ଜିତିଥିବା ଏକମାତ୍ର ନେତା ଅଟନ୍ତି ।
୬- ବାଜପେୟୀ ମିଳିତ ଜାତିସଂଘ ମହାସଭାରେ ପ୍ରଥମ ଭାରତୀୟ ରାଜନେତା ଭାବେ ହିନ୍ଦି ଭାଷାରେ ଭାଷଣ ଦେଇଥିଲେ ।
୭- ପିଏମ ଭାବେ ଅଟଳ ତାଙ୍କର କାର୍ଯ୍ୟକାଳରେ ରାଜସ୍ଥାନର ପୋଖରାନରେ ଏକ ସଫଳ ପରମାଣୁ ପରୀକ୍ଷଣ କରିଥିଲେ । ତାହାକୁ ଅପରେସନ ଶକ୍ତି ନାମ ଦିଆଯାଇଥିଲା ।
୮- ବାଜପେୟୀଙ୍କୁ ୨୦୦୯ରେ ଷ୍ଟ୍ରୋକ ଆସିଥିଲା । ତା’ପରଠାରୁ ତାଙ୍କର କଣ୍ଠସ୍ୱର ଓ ହାତର କାର୍ଯ୍ୟପ୍ରକ୍ରିୟାରେ ଶିଥିଳତା ଦେଖିବାକୁ ମିଳିଥିଲା ।
୯- ପିଲାଦିନକୁ କବିତା ପ୍ରତି ତାଙ୍କର ବହୁତ ଭଲ ପାଇବା ରହିଥିଲା । ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଥମ କବିତା ଲେଖିଥିଲେ ।
୧୦- ବାଜପେୟୀଙ୍କ କାର୍ଯ୍ୟକାଳରେ ୧୯୯୯ରେ କାରଗିଲ ଯୁଦ୍ଧ ୨୦୦୧ରେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା ।