ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍’ ରିଲିଜ୍ ହୋଇଛି। ପ୍ରଥମ ଥର ପାଇଁ ରାତି ୨ଟାରୁ କୌଣସି ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଛି। ଆଉ ତାକୁ ଦେଖିବାକୁ ବି ହାଉସଫୁଲ୍ ଶୋ’। bhubaneswar ରେ ସକାଳ ୬ଟାରୁ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ଏପରି ଲାଗୁଥିଲା ଶାହରୁଖ ଓ ନୟନତାରାଙ୍କ ରୋମାନ୍ସ, ବିଜୟ ସେତୁପତିଙ୍କ ଆକ୍ସନ ଏବଂ ଅନିରୁଦ୍ଧଙ୍କ ମ୍ୟୁଜିକରେ ସତେ ଯେମିତି ଫ୍ୟାନ୍ସ ଦିୱାନା। ବାଦ୍ଶାହାଙ୍କ ଜଲ୍ୱାରେ ଦିୱାନା ସାରା ଭାରତ। ପଠାନରୁ କମ୍ବ୍ୟାକ୍ ପରେ ‘ଜୱାନ୍’ରେ ଶାହରୁଖଙ୍କ ଜଲୱା ଦେଖିଛନ୍ତି ଦର୍ଶକ। ରାତି ୨ଟାରୁ ଦେଶର ଏକାଧିକ ସିନେମା ହଲ୍ରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମର ଶୋ’ ଏତେ ଶୀଘ୍ର ରିଲିଜ୍ ହୋଇଛି। ଏହାପୂର୍ବରୁ KGF ଏବଂ RRR ପାଇଁ ଏମିତି କ୍ରେଜ୍ ଦେଖିବାକୁ ମିଳିଥିଲା।
ହିନ୍ଦୀ, ତାମିଲ, ତେଲୁଗୁ ଭଳି ୫ଟି ଭାଷାରେ ୱାଲଡ୍ ୱାଇଡ୍ ଫିଲ୍ମ ‘ଜୱାନ୍’ ରିଲିଜ୍ ହୋଇଛି। ସାରା ଦେଶର ମଲଟି ପ୍ଲେକ୍ସ ଓ ସିଙ୍ଗଲ୍ ସ୍କ୍ରିନକୁ ମିଶାଇ ୫ ହଜାରରୁ ଅଧିକ ଥିଏଟରରେ ‘ଜୱାନ୍’ ରିଲିଜ୍ ହୋଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ୧୦ ଲକ୍ଷ ମାର୍କକୁ ଟପିଛି। ପଠାନ ପ୍ରଥମ ଦିନରେ ୩୬ କୋଟି ଇନ୍କମ୍ କରିଥିବା ବେଳେ ଜୱାନର ଆଡଭାନ୍ସ ବୁକିଂକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ୫୦ କୋଟିରୁ ଅଧିକ ଆୟ କରିପାରେ।