ଆଜି ସାରା ଦେଶ ରେ ହିନ୍ଦୀ ଦିବସ ପାଳିତ ହେଉଛି । ହିନ୍ଦୀ ଭାଷାର ପରିଚୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ରହିଛି । ପୃଥିବୀର ଅନେକ ଦେଶରେ ହିନ୍ଦୀ ଭାଷୀ ଲୋକ ଅଛନ୍ତି । ଏହି ଭାଷାର ପ୍ରଚାର ନିରନ୍ତର ହେଉଛି । ୧୯୪୭ ସେପ୍ଟେମ୍ବର ୧୪ରେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା । ସେବେଠାରୁ ସବୁ ବର୍ଷ ଏହି ଦିବସକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ , କିନ୍ତୁ ଆପଣ ଜାଣନ୍ତି କି ହିନ୍ଦୀ ଦିବସ କଣ ପାଇଁ ପାଳନ କରାଯାଏ ? ଏହା ପଛରେ ଗୋଟିଏ କାରଣ ରହିଛି । ହିନ୍ଦୀ ଭାରତୀୟ ଗଣରାଜ୍ୟ ଏବଂ ମଧ୍ୟ ଭାରତୀୟ ମାନଙ୍କର ଆର୍ଯ୍ୟ ଭାଷା ଅଟେ । ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଭାରତ ସମେତ ଅନ୍ୟ ଦେଶରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଜାନୁଆରୀ ୧୦ରେ ‘ବିଶ୍ବ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍ଟେମ୍ବର ୧୪ରେ ପାଳନ କରାଯାଏ ହିନ୍ଦୀ ଦିବସ।
ସ୍ଵାଧୀନ ଭାରତରେ ସମ୍ବିଧାନ ୨୬ ଜାନୁଆରୀ ୧୯୫୦ ରୁ ସର୍ବତ୍ର ଲାଗୁ କରାଗଲା । କିନ୍ତୁ ସାରା ଭାରତ ପାଇଁ କେଉଁ ଭାଷା କୁ ରାଷ୍ଟ୍ର ହସା ରୂପେ ଚୟନ କରାଯିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଥିଲା । ଅନେକ ବିଚାର ବିମର୍ଶ ପରେ ନୂତନ ରାଷ୍ଟ୍ର ର ରାଷ୍ଟ୍ର ଭାଷା ରୂପେ ହିନ୍ଦୀ ଏବଂ ଇଂରାଜୀ କୁ ରାଷ୍ଟ୍ର ଭାଷା ରୂପେ ଚୟନ କରାଗଲା । ସମ୍ବିଧାନ ସଭାରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷାକୁ ଇଂରାଜୀ ଭାଷା ସହିତ ଭାରତର ରାଷ୍ଟ୍ର ଭାଷା ରୂପେ ସ୍ଵୀକାର କରାଯାଇଥିଲା । ତେବେ ୧୯୪୯ରେ ସମ୍ବିଧାନ ସଭା ଦ୍ବାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଗଲା। ମାତ୍ର ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା। ସେହିପରି ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ବହୁ ପ୍ରୟାସ କରିଥିଲେ। ସେ ଏହିଦିନ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନକୁ ‘ହିନ୍ଦୀ ଦିବସ’ ଭାବେ ବି ପାଳନ କରାଯାଉଛି।
ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ଅବଶ୍ୟ ଭାରତରେ ଇଂରାଜୀ ଭାଷାର ବଢ଼ୁଥିବା ପ୍ରଚଳନ ଓ ହିନ୍ଦୀ ଭାଷା ପ୍ରତି ଅବହେଳାକୁ ରୋକିବା ଉଦ୍ଦେଶ୍ୟରେ ଏହାର ପାଳନ ଆରମ୍ଭ ହୋଇଥିଲା। ମହାତ୍ମା ଗାନ୍ଧୀ ମଧ୍ୟ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ କହିଥିଲେ। ଯଦିଓ ଏହା ଭାରତର ରାଷ୍ଟ୍ରଭାଷା ନୁହେଁ; ଏହା ହେଉଛି ରାଜଭାଷା। ହିନ୍ଦୀ ଭାଷାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ଇଂରାଜୀ ପରିବର୍ତ୍ତେ ହିନ୍ଦୀର ଉପଯୋଗ କରାଯାଏ।