ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ । ଜିରୋ ୱିକେଟ୍ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ତିଆ । ଅଷ୍ଟମ ଥର ପାଇଁ ଏହି ଟ୍ରଫି ଜିତିଛି ଭାରତ । କମ୍ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ତିଆ ବିନା ୱିକେଟ୍ରେ ମ୍ୟାଚ୍କୁ ଜିତିଯାଇଛି ।ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସହଜ ବିଜୟ । ଶ୍ରୀଲଙ୍କାକୁ ୧୦ ୱିକେଟ୍ରେ ମାତ୍ ଦେଲା ଭାରତ । ମାତ୍ର ୬.୧ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଛି ଟିମ୍ ଇଣ୍ତିଆ । ଭାରତ ପକ୍ଷରୁ ଈଶାନ କିଶନ ୨୩ ଓ ଶୁବମନ ଗିଲ ୨୭ ରନ୍ କରିଛନ୍ତି । ଟାର୍ଗେଟ ଅତ୍ୟନ୍ତ ଛୋଟ ଥିବାରୁ ଶୁବମନ ଗିଲଙ୍କ ସହ ଈଶାନ କିଶନ ଓପନିଂ କରିଥିଲେ । ଉଭୟ ଦମଦାର ବ୍ୟାଟିଂ କରିବା ସହ ୬.୧ ଓଭର୍ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ମାତ୍ର ୫୦ ରନ୍ରେ ରୋକି ଦେଇ ଭାରତ ରବିବାରର ଫାଇନାଲ୍କୁ ଅତି ସହଜରେ ଜିତିବା ସହ ବିଶ୍ବକପ୍ ପୂର୍ବରୁ ମନସ୍ତାତ୍ତ୍ବିକ ବିଜୟ ମଧ୍ୟ ଅର୍ଜନ କରିଛି। ସିରାଜଙ୍କ ବୋଲିଂ ବିସ୍ଫୋରଣ ସହିତ ଯଶପ୍ରୀତ୍ ବୁମରା ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂରେ ଅବଦାନ ରଖିଥିଲେ। ଅବଶିଷ୍ଟ କାର୍ଯ୍ୟକୁ ଭାରତୀୟ ଯୁବ ଯୋଡ଼ି ଈଶାନ କିଶନ ଓ ଶୁବମନ ଗିଲ୍ ଅତି ସହଜରେ ଶେଷ କରି ଦେଇଥିଲେ। କିଶନ ୧୮ ବଲ୍ରୁ ୨୩* ଏବଂ ଗିଲ୍ ୧୯ ବଲ୍ରୁ ୨୭* ରନ୍ ସଂଗ୍ରହ କରି ଭାରତକୁ ୨୬୩ ବଲ୍ ପୂର୍ବରୁ ବିଜୟ ଦେଇଥିଲେ।ଯାହାକି ମଧ୍ୟ ଭାରତ ପାଇଁ ଆଉ ଏକ ରେକର୍ଡ ଆଣି ଦେଇଥିଲା। ବଲ୍ ବ୍ୟବଧାନରେ ଭାରତର ଏହା ସର୍ବବୃହତ ବିଜୟ ହୋଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୋଟିଏ ଦିନିକିଆ ମ୍ୟାଚ୍ରୁ ସର୍ବନିମ୍ନ ରନ୍ (୧୦୧) ସହିତ ମଧ୍ୟ ଫଳାଫଳ ବାହାରିଛି। ସିରାଜ ପ୍ରଥମ ଭାରତୀୟ ଭାବେ ମଧ୍ୟ ଗୋଟିଏ ଓଭରରେ ୪ ୱିକେଟ୍ ଅକ୍ତିଆର କରି ନିଜକୁ ପୁଣି ଥରେ ପ୍ରମାଣିତ କରିଦେଇଥିଲେ। ପ୍ରଥମ ଥର ପାଇଁ ସିରାଜ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଏଥିସହ ଭାରତ ମଧ୍ୟ ୫ ବର୍ଷ ପେର ଏସିଆ କପ୍ ହାସଲ କରିଛି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସିରାଜଙ୍କୁ ମିଳିଥିଲା। କୁଲଦୀପ ଯାଦବ (୯ ୱିକେଟ୍) ସମ୍ପୂର୍ଣ୍ଣ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।