କାଲି ଛାଡ଼ି ପହରଦିନ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ବାହାଘର। ବାହାଘର ପାଇଁ ଏହି ପ୍ରେମପକ୍ଷୀ ଏବେ ଯାଇ ଉଦୟପୁରରେ ପହଞ୍ଚିଛନ୍ତି। ସେମାନେ ଯିବା ବାଟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଲାଜେଇ ଯାଇଛନ୍ତି ପରୀ। ଆପଣ ଜାଣନ୍ତି ଯେ ଏହି ଦମ୍ପତି ସେପ୍ଟେମ୍ବର ୨୪ ତାରିଖରେ ସାତ୍ ଫେରେ ନେବେ।ଶୁକ୍ରବାର ସକାଳୁ ସକାଳୁ ହିଁ ସେ ଦୁହେଁ ଯାଇ ଉଦୟପୁରରେ ପହଞ୍ଚି ଯାଇଛନ୍ତି। ଉଦୟପୁରର ‘ଦ ଲୀଲା ପ୍ୟାଲେସ୍’ରେ ଏମାନଙ୍କ ବାହାଘର ହେବ। ଉଦୟପୁରରେ ରାଘବ ଓ ପରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦରରେ ସେ ଦୁହିଁଙ୍କ ଫଟୋ ଥିବା ଏକ ବଡ଼ ହୋର୍ଡିଂ ଲଗାଯାଇଛି।
ଉଦୟପୁରରେ ରାଘବ ଓ ପରୀଙ୍କର ମେହେନ୍ଦୀରୁ ନେଇ, ସଂଗୀତ, ହଳଦୀ ଆଦି ଧୁମ୍ଧାମ୍ରେ ହେବ। ଏହି ବିବାହରେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବି ସାମିଲ୍ ହେବେ। ପ୍ରିୟଙ୍କା ଆସନ୍ତାକାଲି ଉଦୟପୁରରେ ପହଞ୍ଚିବେ ବୋଲି ସୂଚନା ରହିଛି।ଏହି ପ୍ରେମୀଯୁଗଳ ଚଳିତବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ୨୪ ତାରିଖରେ ସେ ଦୁହେଁ ବିବାହ କରିବାକୁ ଯାଉଥିବା ବେଳେ ସେମାନଙ୍କ ବାହାଘର ପୂର୍ବ ଉତ୍ସବର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।