ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଛନ୍ତି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ।ଜୟ ଜଗନ୍ନାଥ’ ବୋଲି କହି ମୁଖ୍ୟ ଅତିଥି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ନିଜର ଉଦବୋଧନ ଆରମ୍ଭ କରି କହିଥିଲେ, ‘ସମ୍ବାଦ’ର ପ୍ରକାଶନକୁ ୩୯ ବର୍ଷ ପୂର୍ତ୍ତି ଅବସରରେ ଏଥିସହ ଜଡ଼ିତ ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି। ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ବୋଲି ମାନୁଥିଲେ। କିନ୍ତୁ କିଛି ଲୋକ ସାମ୍ବାଦିକତାକୁ ସଂପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେ ପକାଇଦେବାକୁ ଚାହୁଁଛି। ସୋସିଆଲ୍ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ। ରାଷ୍ଟ୍ର ଗଢିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୂଚନା ପ୍ରଯୁକ୍ତିର ପାରଦର୍ଶିତା ଆସିଛି। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ସରକାରୀ ସୁବିଧା ମିଳିପାରୁଛି। କେନ୍ଦ୍ର ସରକାରଙ୍କ ବିକାଶ ପ୍ରସଙ୍ଗରେ ବି ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର।