ଭାରତରେ ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହା ‘ବିଶ୍ୱ ଡାକ ଦିବସ’ର ପରଦିନ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ, ଯାହା ବିଶ୍ୱରେ ବ୍ୟାପକ ଭାବରେ ପରିଚାଳିତ ସରକାରୀ ଡାକ ସେବା। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ।ଭାରତୀୟ ଡାକ ଦିବସ’ ହେଉଛି ଭାରତରେ ଡାକ ସେବା ଦ୍ୱାରା ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାର ଦିନ।
ଯଦିଓ ଡାକ ବିଭାଗ ଦେଶର ପୁରାତନ ବିଭାଗ ମଧ୍ୟରୁ ଅନ୍ୟତମ, ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡିଜିଟାଲ ଯୁଗରେ ମଧ୍ୟ ଏହାର ଅସ୍ତିତ୍ୱ ଏବଂ ଗୁରୁତ୍ୱ କେବଳ ଅକ୍ଷୁଣ୍ଣ ରହିନାହିଁ ବରଂ ଏହା ବହୁତ ବିସ୍ତାର ମଧ୍ୟ କରୁଛି। ଆଜି ସାରା ଦେଶରେ ୧,୫୫,୫୩୧ ଡାକଘର ଅଛି।୧,୫୫,୫୩୧ ଡାକଘର ସହିତ ଭାରତ ବିଶ୍ୱର ସବୁଠୁ ବଡ ଡାକ ନେଟ୍ୱାର୍କ ହୋଇପାରିଛି। ଏଥୁରୁ ୧୩୯,୦୬୭ଟି ଡାକଘର ଗ୍ରାମାଞ୍ଚଳରେ ଅଛି। ସ୍ୱାଧୀନତା ସମୟରେ, ୨୩,୩୪୪ ଡାକଘର ଥିଲା, ତାହା ପୁଣି ମୁଖ୍ୟତଃ ସହରାଞ୍ଚଳରେ। ଭାରତୀୟ ଡାକ ବିଭାଗ ସ୍ୱାଧୀନତା ପରଠାରୁ ଏହାର ନେଟ୍ୱାର୍କକୁ ସାତଥର ବିସ୍ତାର କରିଛି।