‘ଆଇବ୍ରୋ ସେପ୍’ (ଭ୍ରୂଲତା କାଟି ସଜାଡ଼ିବା) ଥିବା କାରଣରୁ ଉତ୍ତର ପ୍ରଦେଶର କାନପୁରରେ ଥିବା ସ୍ତ୍ରୀକୁ ସାଉଦି ଆରବରେ ଚାକିରି କରୁଥିବା ଜଣେ ବ୍ୟକ୍ତି ଭିଡିଓ କଲ୍ ଜରିଆରେ ‘ତିନ୍ ତଲାକ୍’ ଦେଇଥିବା କଥା ‘ଦି ଟାଇମସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଘଟଣା ଅକ୍ଟୋବର ୪ ତାରିଖରେ ଘଟିଥିଲା। ଗୁଲ୍ସବା ନାମ୍ନୀ ସେ ମହିଳା କାନପୁର ଥାନାରେ ‘ଏଫ୍ଆଇଆର୍’ ପଞ୍ଜିକୃତ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ଗତ ମଙ୍ଗଳବାର ଦିନ ଗୁଲ୍ସବା ପୁଣି ଆସି ଥାନାରେ ଅଭିଯୋଗ କରିବାରୁ ଘଟଣା ଲୋକଲୋଚନକୁ ଆସିଲା।