ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ୭୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେଣୁ ସୁବ୍ରତ ରାୟଙ୍କୁ ରବିବାର ଦିନ ମୁମ୍ବାଇର କୋକିଲା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଲକ୍ଷ୍ନୌ ଯିବ ସୁବ୍ରତଙ୍କ ପାର୍ଥିବ ଶରୀର । ରାୟ ଖୁଚୁରା, ରିୟଲ ଇଷ୍ଟେଟ ଏବଂ ଆର୍ଥିକ ସେବା କ୍ଷେତ୍ରରେ ଏକ ବିଶାଳ ବାଣିଜ୍ୟ ସାମ୍ରାଜ୍ୟ ଠିଆ କରିଥିଲେ ।
ବିବୃତ୍ତି ଅନୁଯାୟୀ, ଦୀର୍ଘ ସମୟ ଧରି ଉଚ୍ଚ ରକ୍ତଚାପ ଏବଂ ମଧୁମେହ ସମେତ ବିଭିନ୍ନ ରୋଗରେ ପୀଡିତ ସୁବ୍ରତ ରୟଙ୍କର ହୃଦଘାତ ହେତୁ ରାତି ୧୦.୩୦ ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଗୋଷ୍ଠୀ ଏକ ବିବୃତ୍ତିରେ କହିଛନ୍ତି, ‘ସାହାରା ଇଣ୍ଡିଆ ପ୍ୟାରିଭର୍ ମାନ୍ୟବର’ ସାହାରାଶ୍ରୀ’ ସୁବ୍ରତ ରାୟ ସାହାରା, ପରିଚାଳନା ଶ୍ରମିକ ତଥା ଆମ ସାହାରା ଇଣ୍ଡିଆ ପ୍ୟାରୀର ସଭାପତିଙ୍କ ଦେହାନ୍ତ ହୋଇଛି ବୋଲି ଅତ୍ୟନ୍ତ ଦୁଃଖର ସହ ସୂଚନା ଦେଇଛନ୍ତି ।ଏନେଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଦେଶ ବିଦେଶରୁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ସାହାରା ଗ୍ରୁପର କୋଟି କୋଟି ନିବେଶକଙ୍କ କୋଟି କୋଟି ଟଙ୍କା ଏବେ ବି ପଡ଼ି ରହିଛି । ତେଣୁ ସୁବ୍ରତଙ୍କ ବିୟୋଗ ପରେ ନିବେଶକମାନେ ସେମାନଙ୍କର ଅର୍ଥ ଫେରିବାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।