ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିବାରୁ ୩୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁ-କିଶ୍ତଓ୍ଵାର ଜାତୀୟ ରାଜପଥରେ ବୁଧବାର ଏକ ବସ୍ ଗଭୀର ଘାଟିକୁ ଖସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ଆଜି ସକାଳେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ବସଟି ଗଭୀର ଖାତରେ ଖସି ପଡ଼ିଥିଲା । JK02CN-6555 ନମ୍ବରର ବସଟି ପ୍ରାୟ ପଚାଶ ଜଣ ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳୀକୁ ଯାଉଥିଲା ।ତେବେ ବାଟରେ ଏହା ବାଟୋଟେ-କିଷ୍ଟୱର ଜାତୀୟ ରାଜପଥରେ ଟ୍ରୁଙ୍ଗାଲ-ଆସାର ନିକଟରୁ ରାସ୍ତାରୁ ଖସି ଯାଇ 300 ଫୁଟ ତଳକୁ ଖସି ପଡିଥିଲା ।