ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର । ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା । ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା ।ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି । ଏହାର ଓଜନ ହେଉଛି ୩୮୦ ଟନ । ତେଣୁ ଭାଗ ଭାଗ କରି ନିଆଯାଇଛି । ଉତ୍ତରକାଶୀରେ ପୁଣି ଆସେମ୍ବଲ୍ କରି କାମରେ ଲଗାଯିବ ।ଆଜି ଉଦ୍ଧାର ହୋଇପାରନ୍ତି ଉତ୍ତରାକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପ୍ରାୟ ୪୭ ମିଟର ଖୋଳା ଗଲାଣି । ଗତକାଲି ଡ୍ରିଲିଂ ମେସିନ ଖରାପ ହୋଇଯିବାରୁ କାମ ବନ୍ଦ ଥିଲା । ଆଜି ତାକୁ ସଜଡ଼ା ଯାଇଛି । କିଛି ସମୟ ପରେ ପୁଣି ଆରମ୍ଭ କରାଯିବ ଡ୍ରିଲିଂ ।