ରବିବାର ଦିନ ଆମେରିକାର ଡିଲେୱାର୍ରେ ରାଷ୍ଟ୍ରପତିଙ୍କ ଗାଡ଼ି ସହିତ ଯାଉଥିବା ‘ମୋଟର୍କେଡ୍’ର ଗୋଟାଏ ଗାଡ଼ି ସହିତ ଅନ୍ୟ ଏକ କାର୍ ଧକ୍କା ଖାଇଥିବା କଥା ‘ଆସୋସିଏଟେଡ୍ ପ୍ରେସ୍’ ରିପୋର୍ଟ କରିଛି।କିନ୍ତୁ, ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ‘ଫାଷ୍ଟ୍ ଲେଡି’ ଜିଲ୍ ବାଇଡେନ୍ ନିରାପଦ ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ରିପୋର୍ଟରୁ ପ୍ରାପ୍ତ ସୂଚନା ଅନୁସାରେ, ବାଇଡେନ୍ଙ୍କ ‘ମୋଟୋର୍କେଡ୍’ରେ ଥିବା ଗୋଟାଏ ଗାଡ଼ି ସହିତ ଉକ୍ତ ଫୋର୍ଡ କାର୍ଟି ଧକ୍କା ଖାଇବା ପରେ ପଳାଇଯିବାକୁ ଉଦ୍ୟମ କରୁଥିଲା। କିନ୍ତୁ, ‘ସିକ୍ରେଟ୍ ସର୍ଭିସ୍’ ଓ ବାଇଡେନ୍ଙ୍କ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ସେ କାର୍କୁ ଘେରିଯବା ସହିତ ହାତ ଉପରକୁ ଟେକି ବାହାରି ଆସିବାକୁ ଡ୍ରାଇଭର୍ଙ୍କୁ କହିଥିଲେ।
ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍ ଓ ‘ଫାଷ୍ଟ୍ ଲେଡି’ ଜିଲ୍ ବାଇଡେନ୍ ବସି ନ ଥିଲେ। ଦୁର୍ଘଟଣା ପରେ ‘ଫାଷ୍ଟ୍ ଲେଡି’ ଗୋଟାଏ ଗାଡ଼ିରେ ବସି ଯିବାକୁ ଅପେକ୍ଷା କରୁଥିବା ବେଳେ ରାଷ୍ଟ୍ରପତି ବାଇଡେନ୍ ଦୁର୍ଘଟଣା ଦୃଶ୍ୟ ଦେଖି ବିସ୍ମିତ ହେବା ପରି ମନେହେଉଥିଲା। ସୁରକ୍ଷାକର୍ମୀମାନେ ତାଙ୍କୁ ନେଇ ‘ଫାଷ୍ଟ୍ଲେଡି’ ବସିଥିବା ଗାଡ଼ିରେ ବସାଇଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।