ଭାରତ ଅଟା ଓ ଭାରତ ଡାଲି ପରେ ଏବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଭାରତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଉପରେ ଯେଭଳି ଦରବୃଦ୍ଧି ବୋଝ ନହେବ ସେଥିପାଇଁ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ବଜାରରେ ଚାଉଳର ଦାମ ଯେତେ ବୃଦ୍ଧି ହେଲେ ମଧ୍ୟ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କିଲୋପ୍ରତି ୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ ବୋଲି ଜଣାପଡିଛି ।ଏହି ଭାରତ ଚାଉଳ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି କରାଯିବ । ଏହି ଚାଉଳ ସରକାରୀ ଏଜେନ୍ସି ମାନଙ୍କ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ନ୍ୟାସନାଲ ଏଗ୍ରିକଲଚର କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ , ନ୍ୟାସନାଲ କୋ-ଅପରେଟିଭ କଞ୍ଜ୍ୟୁମର ଫେଡେରେଶନ ଅଫ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରୀୟ ଭଣ୍ଡାର ଦୋକାନ ଓ ମୋବାଇଲ ଭ୍ୟାନ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ।