ଖାଦ୍ୟର ସ୍ଵାଦ ବଢାଇଥାଏ ଧନିଆ ପତ୍ର । ହେଲେ ଧନିଆ ପତ୍ର ରସ ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଠାରୁ କମ୍ ନୁହେଁ । ନିୟମିତ ଧନିଆ ପତ୍ର ଜୁସ୍ ପିଇଲେ ଅନେକ ବଡ ବଡ ରୋଗରୁ ମୁ୍କ୍ତି ମିଳିଥାଏ । ପ୍ରତିଦିନ ସକାଳେ ଖାଲିପେଟରେ ଧନିଆ ପତ୍ର ଜୁସ୍ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି-୧୨ ରହିଛି
ଧନିଆ ପତ୍ର ଜୁସ୍ର ଉପକାରିତା :-
ଏହାର ଜୁସ୍ ନିୟମିତ ପିଇଲେ କର୍କଟ ରୋଗରୁ ମୁକ୍ତି ମିଳିବା ସହିତ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ କୋଲେଷ୍ଟରଲସ୍ତର ହ୍ରାସ କରିବାରେ ମହୋଷଧି ଭଳି କାମ କରିଥାଏ।
ହୃଦ୍ ସମସ୍ୟାରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଆମେରିକା କଲେଜ ଅଫ୍ ନ୍ୟୁଟ୍ରିସନ୍ର ଗବେଷକ ସୂଚିତ କରିଛନ୍ତି।
ଧନିଆରେ କାର୍ବୋହାଇଡ୍ରେଟ୍ସର ମାତ୍ରା ପ୍ରଚୁର ପରିମାଣର ଥାଏ । ପ୍ରତିଦିନ ଏହି ଜୁସ୍ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଧନିଆ ପତ୍ର ଜୁସ୍ ପେଟ କମାଇବା ସହ କ୍ୟାଲୋରୀକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହି ରସକୁ ସକାଳେ ହେଉ ବା ସଂଧ୍ୟାରେ ଯେକୌଣସି ସମୟରେ ପିଇପାରିବେ ।
ଶରୀରରୁ ଟକ୍ସିନ୍ ଦୂର କରିବାରେ ଧନିଆ ଜୁସ୍ ଖୁବ୍ ସାହାଯ୍ୟ କରିଥାଏ । କିଡନୀ ଜାତୀୟ ମସସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଧନିଆ ପତ୍ର ରସ ।
ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି, ତା’ହେଲେ ଧନିଆ ପତ୍ର ଜୁସ୍ରେ ଅଳ୍ପ ଚିନି ମିଶାଇ ପିଅନ୍ତୁ। ଏମିତି କଲେ ଏସିଡିଟି ସମସ୍ୟା ଦୂର ହୋଇଯାଏ।