ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁ ମଧ୍ୟ ମହାତ୍ମାଗାନ୍ଧୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାସହ ରାହୁଲ ଗାନ୍ଧୀ ନିଜ ଭାରତ ଯୋଡ଼ ଯାତ୍ରାରେ ବି ଗାନ୍ଧୀଜିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଭୁଲିନାହାନ୍ତି। ସେ ରାସ୍ତାର ଏକ ପାର୍ଶ୍ଵରେ ନିଜ ସହକର୍ମୀଙ୍କ ସହ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରଘୁପତି ରାଘବ ରାଜାରାମ ଗୀତରେ ଗାନ୍ଧିଜୀଙ୍କୁ ମନେ ପକାଇଥିଲେ କଂଗ୍ରେସ କର୍ମକର୍ତା।ତାଙ୍କ ଆଦର୍ଶ, ଅହିଂସାର ପ୍ରେରଣା, ସତ୍ୟର ଶକ୍ତି ବ୍ରିଟିଶମାନଙ୍କୁ ପରାସ୍ତ କରିଥିଲା ।ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା । ଦିଲ୍ଲୀ ସ୍ଥିତ ବିରଳା ହାଉସରେ ପ୍ରାର୍ଥନା ସଭାକୁ ଯିବା ବେଳେ ଆତତାୟୀ ନାଥୁରାମ ଗଡସେ, ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।ନାଥୁରାମ ଓ ତାଙ୍କର ସହଯୋଗୀ ନାରାୟଣ ଆପ୍ତେଙ୍କୁ ଫାଶୀ ଦଣ୍ତ ଦିଆଯାଇଥିଲା । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଆତତାୟୀର ତିନିଟି ଗୁଳି ଗାନ୍ଧିଙ୍କ ଶରୀରକୁ ବିଦ୍ଧ କରିଥିଲା । ଅନ୍ୟପଟେ ଆଜି ମଧ୍ୟ ବଳିଦାନ ବା ସହିଦ ଦିବସ । ଭାରତ ମାତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ । ଗାନ୍ଧିଙ୍କ ବଳିଦାନକୁ ମନେ ପକାଇବା ମଧ୍ୟ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।