ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି.ଆଜି ଅର୍ଥାତ୍ ୧୪ ଫେବୃଆରୀ ୨୦୧୯ରେ ଆତଙ୍କବାଦୀମାନେ ପୁଲ୍ୱାମାରେ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଆଜି ‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୁଲୱାମାରେ ସହିଦ ହୋଇଥିବା ସାହସୀ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆମ ଜାତି ଲାଗି ଏ ସେବା ଓ ଆତ୍ମବଳି ଚିରସ୍ମରଣୀୟ ହୋଇ ରହିଥିବ। ପୁଲ୍ୱାମା ଜିଲ୍ଲାର ଆଦିଲ୍ ଅହମଦ୍ ଦର୍ ନାମରେ ଜଣେ କଶ୍ମୀରୀ ଯୁବକ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ କରାଇଥିଲା ବୋଲି ଚିହ୍ନଟ କରାଯାଇଥିଲା। ସେଦିନ ସେନା ଗାଡ଼ିଗୁଡ଼ିକରେ ୨,୫୦୦ ‘ସିଆର୍ପିଏଫ୍’ ଯବାନଙ୍କୁ ଜମ୍ମୁରୁ ଶ୍ରୀନଗର ନିଆଯାଉଥିଲା। ଏହି ସମୟରେ ବିସ୍ଫୋରକ ଭର୍ତ୍ତି ହୋଇଥିବା ଗୋଟାଏ କାର୍ ଯବନମାନଙ୍କୁ ନେଇଯାଉଥିବା ଗୋଟାଏ ବସ୍ ସହିତ ଧକ୍କା ଖାଇଥିଲା। ଏଥିଯୋଗୁଁ ଘଟିଥିବା ବିସ୍ଫୋରଣରେ ୪୦ଜଣ ଯବାନ ସହିଦ ହୋଇଥିଲେ ଓ ଘଟଣାସ୍ଥଳରେ ୭୮ଟି ଗାଡ଼ି ଅଟକି ରହିଥିଲା। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ହୋଇଥିବା ଏହି ଆକ୍ରମଣରେ ୪୦ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହି ଆକ୍ରମଣ କାଶ୍ମୀରରେ ହୋଇଥିଲେ ମଧ୍ୟ ଏହା ଦିଲ୍ଲୀରେ ବସିଥିବା ସରକାରଙ୍କ ମୂଳଦୁଆକୁ ଦୋହଲାଇ ଦେଇଥିଲା। ଦେଶର ଲୋକମାନେ ସେମାନଙ୍କର ୪୦ ସହିଦଙ୍କର ପ୍ରତିଶୋଧ ଚାହୁଁଥିଲେ। ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ଥିଲା ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନଥିଲା। ଏଭଳି ପରିସ୍ଥିତିରେ ପାକିସ୍ତାନରେ ନିରାପଦରେ ବସିଥିବା ଆତଙ୍କବାଦୀଙ୍କୁ ଏକ ଦୃଢ ବାର୍ତ୍ତା ଦେବାର ଆବଶ୍ୟକ ଥିଲା। ଏହା ବ୍ୟତୀତ ଦେଶର ଲୋକଙ୍କୁ ଏହା ମଧ୍ୟ ଦର୍ଶାଇବାକୁ ଥିଲା ଯେ ସରକାର କଠୋର ପଦକ୍ଷେପ ନେବାକୁ ବି ଭୟ କରନ୍ତି ନାହିଁ।
ଏଭଳି ପରିସ୍ଥିତିରେ,୨୬ ଫେବୃଆରୀ ୨୦୧୯ର ସୂର୍ଯ୍ୟୋଦୟ ପୂର୍ବରୁ,ଭାରତୀୟ ବାୟୁସେନାର ୧୨ ମିରାଜ୍ ୨୦୦୦ ଯୁଦ୍ଧ ବିମାନ LoC ପାର୍ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଏବଂ ବେସ୍ ଉପରେ ଯେଉଁଠି ବହୁ ସଂଖ୍ୟାରେ ଆତଙ୍କବାଦୀ ଥିଲେ, ଭାରତୀୟ ଯୁଦ୍ଧ ବିମାନ ବୋମା ବିସ୍ଫୋରଣ କରିଥିଲା। ରିପୋର୍ଟ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ୍ରେ ୩୦୦ରୁ ୩୫୦ ଆତଙ୍କବାଦୀ ନିହତ ହୋଇଥିଲେ।