ଏକ ମିଳିତ ଅପରେସନରେ ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଙ୍ଗଳବାର ଦିନ ଗୁଜୁରାଟର ପୋରବନ୍ଦର ନିକଟ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି।ଜାଣିବାକୁ ମିଳିଛି ଯେ ଚଢ଼ାଉ ବେଳେ ୩୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଥିବା ଜାହାଜର ପାଞ୍ଚ ଜଣ କର୍ମଚାରୀ, ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଏକ କିଲୋଗ୍ରାମ ଚାରସର ମୂଲ୍ୟ ୭ କୋଟି ଟଙ୍କା ରହିଛି। ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏନସିବି ଓ ନୌସେନା ମିଳିତ ଅପରେସନ କରି ସମୁଦ୍ରରୁ ଡ୍ରଗ୍ସ ଜବତ କରିଛନ୍ତି ।