ମୁମ୍ବାଇରେ ଚମକିଲେ ବିଶ୍ୱ ସୁନ୍ଦରୀ। ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟାଲ୍ ହାସଲ କରିଛନ୍ତି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଗ୍ରାଣ୍ତ ଫିନାଲେରେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୪ ବର୍ଷିୟା ଆଇନ ଛାତ୍ରୀ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି।ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା । ସେ ଇଂରାଜୀ ସମେତ ସ୍ଲୋଭାକ, ଜର୍ମାନ ଓ ପୋଲଣ୍ତ ଭାଷାରେ ପାରଙ୍ଗମ ।ଦୀର୍ଘ ୨୮ ବର୍ଷ ପରେ ଭାରତରେ ମିସ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ୍ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନଭେନସ ସେଣ୍ଟରରେ ଆୟୋଜିତ ହୋଇଥିଲା। ଏଥିରେ ସବୁ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ୭୧ ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ୧୨ ଜଣିଆ ବିଚାରପତିଙ୍କ ମଧ୍ୟରେ ବଲିଉଡ ଅଭିନେତା କ୍ରିତି ସାନନ୍ ଏବଂ ପୂଜା ହେଗଡେ ଥିଲେ।ଅନ୍ୟ ବିଚାରପତିମାନେ ହେଲେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ର ସିଇଓ ଜୁଲିଆ ଏଭଲିନ୍ ମୋର୍ଲି ସିବିଏ, ଅମୃତା ଫଡନାଭିସ୍, ସାଜିଦ ନାଦିଆଡୱାଲା, ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ରଜତ ଶର୍ମା, ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ତଥା ସମ୍ପାଦକ ଜାମିଲ ସଇଦ ଏବଂ ଭିନେଟ ଜେନା।