ଓଡ଼ିଶାରେ ଲୋକସଭା ଆସନ ପାଇଁ ୨୧ ଟି ଆସନ ମଧ୍ୟରୁ ବିଜେପି ୪ ମହିଳାଙ୍କୁ ଟିକେଟ ଦେଇଛି । ସେହିଭଳି ବିଜୁ ଜନତାଦଳ ୨୦ ଆସନରୁ ୬ ଆସନରେ ମହିଳା ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ବିଜେଡ଼ିର ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂପୁରରୁ ରାଜଶ୍ରୀ ମଲ୍ଲିକ, କୋରାପୁଟରୁ କୌଣଲ୍ୟା ହିକ୍କା, ଆସ୍କାରୁ ରଞ୍ଜିତା ସାହୁ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଲ, ବରଗଡ଼ରୁ ପରିମିତା ମିଶ୍ର ଅଛନ୍ତି । ଅନ୍ୟପଟେ ବିଜେପି ଘୋଷଣା କରିଥବା ୨୧ ଟି ମଧ୍ୟରୁ ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂ ଦେଓ, କଳାହାଣ୍ଡିରୁ ମାଳବିକା କେଶୋରି ଦେଓ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଏବଂ ଆସ୍କାରୁ ଅନିତା ଶୁଭଦର୍ଶୀନିଙ୍କ ନାମ ଘୋଷଣା କରାଯାଇଛି ।