୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଶଂ ଆସନରେ ବିଜୟୀ ହେବ ଦଳ । ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଛି ବିଜୁ ଶ୍ରମିକ ସାମୁ ଖ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀ । ଏହି ସମ୍ମିଳନୀ ଯୋଗ ଦେଇ ଭି.କାର୍ତ୍ତିକେୟ ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହେବେ ଏବଂ ପୁଣି ଥରେ ସରକାର ଗଢିବେ । ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବା ସୁନିଶ୍ଚିତ । ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେôଝବେ ଓ ଭୋଟ ଦେବେ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ହିଁ ଛିଡା ହୋଇଛିୀ । ଷଷ୍ଠଥର ପାଇଁ ଭୋଟର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ ।