ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି ।ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ । ଯାହା ଗୋଟିଏ ଦିନରେ ହେବା ଫଳରେ ସବୁକିଛି ଜଳମୟ ହୋଇଯାଇଛି। ବଡ଼ ବଡ଼ ଗାଡି ମଟର ସବୁ ପାଣିରେ ଭାସୁଥିବାର ନଜର ଆସିଛି। ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି ।