ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ପ୍ରଶଂସା କରିଛନ୍ତି। ନୂତନ ଅପରାଧିକ ନ୍ୟାୟ ଆଇନକୁ ସମାଜ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଶନିବାର ଦିନ ସେ କହିଛନ୍ତି ଯେ ଭାରତ ଏହାର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତ। ଏଥି ସହ ସାଧାରଣ ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ହାତଛଡ଼ା ନ କରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ସିଜେଆଇ କହିଛିନ୍ତି ସଂସଦ ଦ୍ବାରା ନୂତନ ଆଇନର ଅନୁମୋଦନ ଏକ ସଙ୍କେତ ଯେ ଦେଶ ବଦଳୁଛି ଏବଂ ଅଗ୍ରଗତି କରୁଛି ଏବଂ ସାମ୍ପ୍ରତିକ ଆହ୍ବାନର ମୁକାବିଲା ପାଇଁ ଦେଶ ନୂତନ ଆଇନଗତ ପଦକ୍ଷେପ ଆବଶ୍ୟକ କରୁଛି। ନୂତନ ଭାବେ ଲାଗୁ ହୋଇଥିବା ଆଇନଗୁଡ଼ିକ ଅପରାଧ ନ୍ୟାୟ ଉପରେ ଭାରତର ଆଇନଗତ ଢାଞ୍ଚାକୁ ଦେଶ ପାଇଁ ଏକ ନୂତନ ଯୁଗ ଆଣିବାକୁ ଯାଉଛି।