ଆଉ ନାହାନ୍ତି ଜଣାଶୁଣା ପରୋପକାରୀ , ଧର୍ମପରାୟଣ ବ୍ୟକ୍ତିତ୍ୱ ବ୍ରଜବନ୍ଧୁ ସ୍ୱାଇଁ । ଆଜି ଅପରାହ୍ନରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ, କାଦୁଆ ଠାରେ ତାଙ୍କର ପରଲୋକ ହୋଇଛି । ୯୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଚନ୍ତି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନକୁ ଶତାଧିକ ସମାଜସେବୀ , ଗାଁ ମୁରବୀ ଛୁଟି ଆସିଥିଲେ । ବ୍ରଜବନ୍ଧୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ ତାଙ୍କୁ ସୁପୁତ୍ର ସୁଧାକର ସ୍ୱାଇଁଙ୍କ ସହ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନ । ବ୍ରଜବନ୍ଧୁଙ୍କ ନାତି ତଥା ବିଶିଷ୍ଟ ସମାଜସେବୀ ଓ ଲିଭ ଲାଇଭ ଓଡ଼ିଆର ଏମ୍ଡି ଟିଟନ ସାହୁ ଓ ସିଏମ୍ଡି ଦେବସ୍ମିତା ସାହୁ ତାଙ୍କ ବିୟୋଗ ଖବର ପାଇ ଜଣାଇଛନ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ଶୋକ ବାର୍ତ୍ତା ଦେଇ କହିଛନ୍ତି ଯେ, ବ୍ରଜବନ୍ଧୁ କେବଳ ମୋର ଅଜା ନଥିଲେ । ସେ ଥିଲେ ମୋର ସାଙ୍ଗ ଓ ମାର୍ଗଦର୍ଶକ । କେବଳ ମୋର ନୁହେଁ ଅନେକଙ୍କ ପାଇଁ ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ବ୍ରଜବନ୍ଧୁଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।