ଆଜି ହିଞ୍ଜିଳିରେ ନିର୍ବାଚନୀ ଜନସମାବେଶର ପ୍ରଥମ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ନବୀନ କହିଛନ୍ତି ଯେ ବିରୋଧୀ ଅପପ୍ରଚାର କରୁଛନ୍ତି । ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ବିରୋଧ କରି କେହି କେବେ ସଫଳ ହେବେନାହିଁ । ନବୀନ ଉପସ୍ଥିତ ଜନ ସମାବେଶକୁ ସମ୍ବୋର୍ଦ୍ଧିତ କରି କହିଛନ୍ତି ଯେ ଓଡିଶା ବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ । ୨୦୩୬ରେ ଓହିଶା ଗଠନକୁ ୧୦୦ ବର୍ଷ ପୂରଣ ହେବ । ୨୦୩୬ ସୁଦ୍ଧା ଓଡିଶା ଏକ ନମ୍ବର ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ