ଭୁବନେଶ୍ୱର: ପୁଣି ଠାରେ ଅଶାନ୍ତ ହୋଇଛି ରାଜଧାନୀ । ରାତିଅଧରେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କିଛି ଦିନ ତଳେ ଜଣେ ସମାଜସେବୀଙ୍କୁ ଆକ୍ରମଣ ହୋଇଥିବେ ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ହୋଇଛି । ଆକ୍ରମଣରେ ବ୍ୟବସାୟୀଙ୍କ ପିଠି, ମୁହଁ ଏବଂ ହାତରେ ଭଗୀର ଆଘାତ ଲାଗିଛି । ଯେଉଁଥିରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଧାନୀର ବଡଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ ହୋଇଛି ଆକ୍ରମଣ
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନ ବାଇକ୍ରେ ମୁଖାପିନ୍ଧି ଆସିଥିଲେ । ଏହି ସମୟରେ ହଠାତ୍ ବ୍ୟବସାୟୀ ଦୀପକ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଦୀପକ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ, ହେଲେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଯେଉଁଥିରେ ଦୀପକ ପ୍ରଧାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।