ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରରେ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରୁଥିବା ବେଳେ ଜିଲ୍ଲାସ୍ତରରେ ଏବଂ ବ୍ଲକ ସ୍ତରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଗୁଡ଼ିକୁ ତ୍ୱାରାନ୍ଵିତ କରାଯାଇ ଜନସାଧାରଣଙ୍କ ନିକଟକୁ ଯାଇ ପ୍ରଶାସନ ସେମାନଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି।ଏହି ଉପଲକ୍ଷେ ସମସ୍ତ ଅଧିକାରୀ ମାନେ ନିଜ କର୍ତ୍ତବ୍ୟ ପ୍ରତି ସଜାଗ ରହି ସମସ୍ତେ ନିଷ୍ଠାପର ଭାବେ ସରକାରଙ୍କର ଆଭିମୁଖ୍ୟ ତଥା ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିର ରେ ସମୁଦାୟ ଅଭିଯୋଗ ୭୬ ଗୋଟି ଆସିଥିବାବେଳେ ବ୍ୟକ୍ତିଗତ ୪୩ ଗୋଟି, ସମୂହ ୯ଗୋଟି, ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଜନିତ ୧୨ ଗୋଟି , ରେଡକ୍ରସ ସହାୟତା ଜନିତ ୧୨ ଗୋଟି ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ୨୪ ଗୋଟି ଅଭିଯୋଗର ତତ୍କାଳୀନ ସମାଧାନ କରିଥିଲେ।ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରୀଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ଶ୍ରୀମତୀ ନିବେଦିତା ପ୍ରଧାନ,ବି ଡି ଓ,ଶ୍ରୀ ଦ୍ଵିବେନ୍ଦୁ ଦାସ, ତହସିଲଦାର ଶ୍ରୀ କୈଳାଶ ଚନ୍ଦ୍ର ମହାଳିକ, ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା,ଡି ସି ପି ଓ ଶ୍ରୀ ନିରଞ୍ଜନ କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଅଧିକ୍ଷଣ ଯନ୍ତ୍ରୀ,ଜଳନିଷ୍କାସନ ଖଣ୍ଡ, ସରକାରୀ ନିର୍ଦ୍ଦେଶକ, ଉଦ୍ୟାନ, ଶ୍ରୀ ରାଧେଶ୍ୟାମ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାଉତ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟ ମେଣ୍ଟ ଯନ୍ତ୍ରୀ ଯୋଗ ଦେଇଥିଲେ।