କେନ୍ଦୁଝର: ବସ୍ତାରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର । କେନ୍ଦୁଝର ଚମ୍ପୁଆ ଥାନା ଗୋପୀନାଥପୁର ଗାଁରୁ ନିଖୋଜ ନାବାଳକ ପବନା ମୁଣ୍ଡାର ମୃତଦେହ ଉଦ୍ଧାର । ପଡ଼ୋଶୀ ଘର ଆଗରୁ ବସ୍ତାରେ ଭର୍ତ୍ତି ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି ସନ୍ଧ୍ୟା ଠାରୁ ୯ ବର୍ଷର ବାଳକ ନିଖୋଜ ଥିଲା । ସକାଳେ ମୃତଦେହ ଦେଖି ଚମ୍ପୁଆ ପୋଲିସକୁ ଜଣାଇଥିଲେ ଲୋକେ । ଘଟଣାସ୍ଥଳରେ ରିମୁଳି ଫାଣ୍ଡି ଅଧିକାରୀ, ଚମ୍ପୁଆ ଏସଡିପିଓ ଏବଂ କେନ୍ଦୁଝର ଏସପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ନାବାଳକଙ୍କ ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅନ୍ୟପଟେ ପୁଅକୁ କିଏ ହତ୍ୟା କରି ବସ୍ତାରେ ପୂରାଇ ଫିଙ୍ଗି ଦେଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ନାବାଳକର ପରିବାର ଲୋକେ।