ଦିଲ୍ଲୀକୁ ଜଳ ଯୋଗାଣ ଦାବିରେ ସତ୍ୟାଗ୍ରହ ଚଳାଇଥିବା ଆପ୍ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଜଳ ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିବାବେଳେ ସୋମବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ତାଙ୍କ ସୁଗାର ଲେବଲ ହଠାତ୍ ୩୬କୁ ହ୍ରାସ ପାଇଥିଲା, ଯାହା ବାସ୍ତବରେ ଚିନ୍ତାଜନକ । ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଏନେଇ ଆପ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।