ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥାଇ ମଧ୍ୟ ମିଛରେ ଛୁଟିରେ ଥିଲେ । ନିର୍ବାଚନ ସମୟରେ ମିଛରେ ଛୁଟିରେ ରହିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉଲ୍ଲେଖ କରିଛନ୍ତି ନିର୍ବାଚନ କମିଶନ । ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ ଛୁଟିରେ ଥିଲେ ଆଇପିଏସ ଆଶିଷ ସିଂ । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ନିର୍ବାଚନ କମିଶନଙ୍କ ତରଫରୁ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମ୍ସରେ ହୋଇଥିବା ସ୍ୱାସ୍ଥ୍ୟ ଯାଞ୍ଚ ରିପୋର୍ଟ ଅନୁଯାୟୀ ଆଶିଷ ସିଂ ସଂପୂର୍ଣ୍ଣ ଭାବେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା କୁହାଯାଇଥିଲା ।