ହୃଦ୍ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି। ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍ଙ୍କର ହୃଦ୍ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟା ସମୟରେ ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍ ସାରିବା ପରେ ସେ ଅଶ୍ବସ୍ତି ଅନୁଭବ କରିଥିଲେ। ପରେ ପରେ ହୃଦ୍ଘାତ ଯୋଗୁଁ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।ସୁଟିଙ୍ଗ୍ ଚାଲିଥିବା ଚଳଚ୍ଚିତ୍ର ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ର ନିର୍ଦେଶନା ଦେଉଛନ୍ତି ଅହମଦ୍ ଖାଁ। ଅଭିନୟରେ ଅଛନ୍ତି, ଅକ୍ଷୟ କୁମାର, ଦିଶା ପଟାନି, ସୁନୀଲ୍ ସେଟ୍ଟୀ, ପରେଶ ରାୱଲ୍, ରବିନା ଟଣ୍ଡନ୍, ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ସଞ୍ଜୟ ଦତ୍ତ, ରାଜପାଲ୍ ଯାଦବ, କିକୁ ଶାର୍ଦା, ଦାଲେର୍ ମେହନ୍ଦୀ, ମିକା ସିଂହ, ରାହୁଲ୍ ଦେବ, ମୁକେଶ ତିୱାରୀ, ଶାରିବ ହାସ୍ମି, ଇନାମୁଲ୍ହକ୍, ଜାକିର୍ ହୁସେନ୍ ଓ ଯଶପାଲ୍ ଶର୍ମା।