ବଢ଼ିଲା ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନ ବାଣର ଶିକାର ହେଲେ ତମନ୍ନା। ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ଜେରା କଲା ଇଡି। ମହାଦେବ ବେଟିଂ ଆପ୍ରେ ତମନ୍ନାଙ୍କ ନାଁ ଆସିବା ପରେ ଗୁରୁବାର ଗୌହାଟୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ତାଙ୍କୁ ଜେରା କରାଯାଇଛି।ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍ରେ ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଇଡି ତାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନୁଯାୟୀ ଜୋନାଲ ଅଫିସରେ ତମନ୍ନାଙ୍କ ବୟାନ ରେକର୍ଡ କରାଯାଇଛି।