ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ମାତ୍ର ୧୦.୩ ଓଭରରେ ଫାଇନାଲ ଜିତି ଟାଇଟଲ ହାତେଇଲା। ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୧୧୩ରେ ଅଲଆଉଟ ହୋଇଥିବାବେଳେ କୋଲକାତା ନାଇଟ ରାଇଡର୍ସ ୨ ୱିକେଟ ବିନିମୟରେ ୨୧୪ ରନ ସ୍କୋର କରି ଚାମ୍ପିଅନ ହୋଇଥିଲା।ଏଠାରେ ସୂଚନା ଯୋଗ୍ୟ ଯେ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହୋଇଛି। କୋଲକାତା ନାଇଟ ରାଇଡର୍ସ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲାବେଳେ ୨୦୨୪ ଅର୍ଥାତ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି।