କରଞ୍ଜିଆ: ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା। ଶିକାରୀଙ୍କୁ ଟ୍ରାପ କରି ଧରିଲା AI କ୍ୟାମେରା । ଶିମିଳିପାଳ ଅଭୟାରଣ୍ୟରେ ଶିକାର ଅଭିଯୋଗରେ ୧୩ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ । ବଡ଼ କଥା ହେଲା, ଏହି ଶିକାରୀ ମାନଙ୍କୁ ଧରାଇ ଦେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ୟାମେରା । ଗତ ୨୪ ତାରିଖ ରାତିରେ ଶିକାର ପାଇଁ ୧୩ ଜଣ ଶିକାରୀ ଶିମିଳିପାଳରେ ପ୍ରବେଶ କରିଥିଲେ । ସେମାନେ ରେଞ୍ଜର କୋର୍ ଅଞ୍ଚଳରେ ଶିକାର ପାଇଁ ଯାଇଥିବାବେଳେ AI କ୍ୟାମେରା ଟ୍ରାପ କରିଥିଲା ।
ଗିରଫ ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଞ୍ଚଳର ରାମଯୋଡି,ଅଁଳାକଣ୍ଟା,ରାଣୀଭୋଳ ଓ ଦୁଧିଆଣି ଗାଁର । ସେମାନଙ୍କ ନିକଟରୁ ୧୩ଟି ଧନୁ,୩୩ଟି ତୀର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।